
୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାରରେ ଆୟକର ନାହିଁ Budget 2025
ସ୍ୱତନ୍ତ୍ର ଆୟ ବ୍ୟତୀତ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ କୌଣସି ଟିକସ ବୋଝ ପଡ଼ିବ ନାହିଁ। ପରବର୍ତ୍ତୀ ଆର୍ଥିକ ବର୍ଷରୁ ଏହାଠାରୁ ଅଧିକ ଆୟ କରୁଥିବା ବ୍ୟକ୍ତିମାନଙ୍କୁ ସଂଶୋଧିତ ହାର ରେ ଆୟ କର ଲାଗୁ ହେବ।
ସମସ୍ତ କରଦାତାଙ୍କ ଉପରେ ବୋଝ କମ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂତନ ବ୍ୟବସ୍ଥାରେ ସଂଶୋଧିତ ଟିକସ ସ୍ଲାବ୍ ଏବଂ ହାର ଘୋଷଣା କରିଛନ୍ତି। ସ୍ୱତନ୍ତ୍ର ଆୟ ବ୍ୟତୀତ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ କୌଣସି ଟିକସ ବୋଝ ପଡ଼ିବ ନାହିଁ। ପରବର୍ତ୍ତୀ ଆର୍ଥିକ ବର୍ଷରୁ ଏହାଠାରୁ ଅଧିକ ରୋଜଗାର କରୁଥିବା ଲୋକଙ୍କୁ ଏହି ସଂଶୋଧିତ taxସ୍ଲାବ୍ ଲାଭଦାୟକ ହେବ।
ନୂତନ ବ୍ୟବସ୍ଥାରେ, ୭୫,୦୦୦ ଟଙ୍କାର ମାନକ ଡିଡକ୍ସନ ଯୋଗୁଁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ନାହିଁ ଏବଂ ବେତନଭୋଗୀ ଲୋକଙ୍କ ପାଇଁ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ନାହିଁ।