
କେନ୍ଦ୍ର ବଜେଟ୍ 2025: ଶିକ୍ଷା ପାଇଁ ପ୍ରମୁଖ ଘୋଷଣା, ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ପ୍ରମୁଖ ପଦକ୍ଷେପ
କେନ୍ଦ୍ରୀୟ ବଜେଟ୍ 2025: ଏହି ବଜେଟ୍ ଛାତ୍ରଛାତ୍ରୀମାନଙ୍କୁ ଚାକିରି କ୍ଷେତ୍ରରେ ବ୍ୟାପକ ସୁଯୋଗ ଦେବା , ଡିଜିଟାଲ୍ କ୍ଷେତ୍ରରେ ବ୍ୟାପକ ବିସ୍ତାର କରିବା ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦେଇ ଆଗତ କରାଯାଇଅଛି ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କେନ୍ଦ୍ର ବଜେଟ୍ 2025-26 ଉପସ୍ଥାପନ କରିଛନ୍ତି, ଶିକ୍ଷା, ଦକ୍ଷତା ବିକାଶ ଏବଂ ଗବେଷଣାକୁ ବୃଦ୍ଧି କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।
ଶିକ୍ଷା କ୍ଷେତ୍ର ପାଇଁ ପ୍ରମୁଖ ଘୋଷଣା:
ନବଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ଅଟଳ ଟିଙ୍କରିଂ ଲ୍ୟାବ୍
ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସରକାରୀ ସ୍କୁଲରେ 50,000 ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରିବାକୁ ଯୋଜନା କରିଛନ୍ତି। ଏହି ଲ୍ୟାବ୍ ଗୁଡିକ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୌତୁହଳ, ବୈଜ୍ଞାନିକ ଚିନ୍ତାଧାରା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି।
ଗ୍ରାମୀଣ ବିଦ୍ୟାଳୟ ପାଇଁ ବ୍ରଡବ୍ୟାଣ୍ଡ ସଂଯୋଗ
ଭାରତନେଟ୍ ପ୍ରକଳ୍ପ ଅଧୀନରେ, ଗ୍ରାମୀଣ ଅଞ୍ଚଳର ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ବ୍ରଡବ୍ୟାଣ୍ଡ ସଂଯୋଗ ପାଇବେ, ଡିଜିଟାଲ୍ ବିଭାଜନକୁ ଦୂର କରିବେ ଏବଂ ଅନଲାଇନ୍ ଶିକ୍ଷା ପ୍ରଣାଳୀ ସହଜ ଓ ଉନ୍ନତ କରିବେ।
ଡିଜିଟାଲ୍ ଶିକ୍ଷା ପାଇଁ ଭାରତୀୟ ଭାଷା ପୁସ୍ତକ ଯୋଜନା ( Bharatiya Bhasha Pustak Scheme)
ଭାରତୀୟ ଭାଷା ପୁସ୍ତକ ଯୋଜନା ସ୍କୁଲ ଏବଂ ଉଚ୍ଚଶିକ୍ଷା ଛାତ୍ରଛାତ୍ରୀମାନଙ୍କ ପାଇଁ ଡିଜିଟାଲ୍ ଫର୍ମାଟରେ ଭାରତୀୟ ଭାଷା ପୁସ୍ତକ ପ୍ରଦାନ କରିବ, ଶିକ୍ଷଣ ସାମଗ୍ରୀକୁ ଅଧିକ ସୁଗମ କରିବ ଏବଂ ବିଷୟ ବୋଧଗମ୍ୟତାକୁ ବୃଦ୍ଧି କରିବା ଏହାର ମୂଳ ଲକ୍ଷ।
ଦକ୍ଷତା ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର (National Centres Of Excellence For Skilling)
ଗତ ବର୍ଷର ପଦକ୍ଷେପ ଉପରେ ନିର୍ମାଣ କରି, ପାଞ୍ଚଟି ଜାତୀୟ ଉତ୍କର୍ଷ କେନ୍ଦ୍ର ଦକ୍ଷତା ପାଇଁ ପ୍ରତିଷ୍ଠା କରାଯିବ। ଏହି କେନ୍ଦ୍ରଗୁଡ଼ିକ ପାଠ୍ୟକ୍ରମ ଡିଜାଇନ୍ କରିବା, ପ୍ରଶିକ୍ଷକମାନଙ୍କୁ ତାଲିମ ଦେବା, ଏକ ଦକ୍ଷତା ପ୍ରମାଣପତ୍ର ଢାଞ୍ଚା ବିକଶିତ କରିବା ଏବଂ ସାମୟିକ ସମୀକ୍ଷା କରିବା ପାଇଁ ବିଶ୍ୱସ୍ତରୀୟ ବିଶେଷଜ୍ଞଙ୍କ ସହ ସହଯୋଗ କରିବେ।
IIT ଭିତ୍ତିଭୂମି ପ୍ରସାରଣ (IIT Infrastructure Expansion)
ଗତ ଦଶନ୍ଧି ମଧ୍ୟରେ 23ଟି IITରେ ଛାତ୍ର କ୍ଷମତା ଦ୍ୱିଗୁଣିତ ହୋଇଛି, ଏହା 65,000 ରୁ 1.35 ଲକ୍ଷକୁ ବୃଦ୍ଧି ପାଇଛି। 2014 ପରେ ପ୍ରତିଷ୍ଠିତ ପାଞ୍ଚଟି IITରେ ଅତିରିକ୍ତ ଭିତ୍ତିଭୂମି ବିକଶିତ କରାଯିବ ଯେଉଁଥିରେ କି 6,500 ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସୃଷ୍ଟି କରିବ। IIT ପାଟନାରେ ବିସ୍ତାରିତ ହଷ୍ଟେଲ ଏବଂ କ୍ୟାମ୍ପସ୍ ସୁବିଧା ମଧ୍ୟ କରାଯିବ ର ପ୍ରସ୍ତାବ ରହିଅଛି।
ଶିକ୍ଷା ପାଇଁ AI ଉତ୍କର୍ଷ କେନ୍ଦ୍ର (Centre Of Excellence In AI For Education)
500 କୋଟି ଟଙ୍କା ବ୍ୟୟ ସହିତ ଶିକ୍ଷା ପାଇଁ ଏକ ନୂତନ କୃତ୍ରିମ ବୁଦ୍ଧିମତ୍ତା କେନ୍ଦ୍ର (AI) ପ୍ରତିଷ୍ଠା କରାଯିବ। ଏହା କୃଷି, ସ୍ୱାସ୍ଥ୍ୟସେବା ଏବଂ ସ୍ଥାୟୀ ସହର ଉପରେ କେନ୍ଦ୍ରିତ ପୂର୍ବ AI କେନ୍ଦ୍ରଗୁଡ଼ିକୁ ଅନୁସରଣ କରି କାର୍ଯ୍ୟ କରିବ।
ଡାକ୍ତରୀ ଶିକ୍ଷାର ପ୍ରସାର ( Expansion Of Medical Education)
ଡାକ୍ତରୀ ବୃତ୍ତିଗତଙ୍କ ପାଇଁ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ, ଆସନ୍ତା ବର୍ଷ ମେଡିକାଲ କଲେଜ ଏବଂ ହସ୍ପିଟାଲଗୁଡ଼ିକରେ 10,000 ନୂତନ ସିଟ୍ ଯୋଡାଯିବ, ଯାହା ପାଞ୍ଚ ବର୍ଷ ମଧ୍ୟରେ 75,000 ଅତିରିକ୍ତ ସିଟ୍ ଲକ୍ଷ୍ୟ ପୂରଣ କରିବ।
ଗବେଷଣା ଏବଂ ନବସୃଜନରେ ନିବେଶ, ଗବେଷଣା, ବିକାଶ ଏବଂ ନବସୃଜନକୁ ବୃଦ୍ଧି( Boosting Research, Development, and Innovation)
ବୈଜ୍ଞାନିକ ଓ ନବାଉଦ୍ଧାବନ କୁ ଉତ୍ସାହିତ କରିବା ପାଇଁ ଜୁଲାଇ 2024 ବଜେଟରେ ଘୋଷଣା କରାଯାଇଥିବା ଏକ ଘରୋଇ କ୍ଷେତ୍ର-ଚାଳିତ ଗବେଷଣା, ବିକାଶ ଏବଂ ନବସୃଜନ ପଦକ୍ଷେପ ପାଇଁ ସରକାର 20,000 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।
ପ୍ରଧାନମନ୍ତ୍ରୀ ଗବେଷଣା ଫେଲୋସିପ୍ ସମ୍ପ୍ରସାରଣ ନିସ୍ପତି (PM Research Fellowship Expansion)
ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ, IIT ଏବଂ IISc କ୍ଷେତ୍ର ରେ ଉନ୍ନତ ପ୍ରଯୁକ୍ତିବିଦ୍ୟା ଗବେଷଣାକୁ ସମର୍ଥନ କରିବା ପାଇଁ ପ୍ରଧାନମନ୍ତ୍ରୀ ଗବେଷଣା ଫେଲୋସିପ୍ କାର୍ଯ୍ୟକ୍ରମ ଆନୁକୁଲ୍ୟରେ 10,000 ଫେଲୋସିପ୍ ବର୍ଦ୍ଧିତ ଆର୍ଥିକ ସହାୟତା ସହିତ ପ୍ରଦାନ କରାଯିବ ।